ନିଶା

ନିଶା ସେବନ କ’ଣ ?
ନିଶା ସେବନ ଏକ ଗୁରୁତର ସାମାଜିକ ବ୍ୟାଧି । ନିଶା ସେବନକୁ ଅନେକ ଭିନ୍ନ ଭିନ୍ନ ନାମ ଦେଇଥାନ୍ତି । ଯଥା-ଡ୍ରଗ୍ ଆଡ଼ିକ୍ସନ୍, ଡ୍ରଗ୍ ଆବ୍ୟୁଜ୍ ବା ଡ୍ରଗ୍ ଡିପେଣ୍ଡାନ୍ସ । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବା ୱାର୍ଲଡ଼୍ ହେଲ୍‍ଥ ଅରଗାନାଇଜେସନ (ଡଐଙ) ବିଶେଷଜ୍ଞମାନଙ୍କ ମତରେ ନିଶା ବଟିକା, ମଦ, ଭାଙ୍ଗ, ଗଞ୍ଜେଇ, ଚରସ, ଅଫିମ ଓ ଅଫିମରୁ ତିଆରି ମର୍ଫିନ୍, ପେଥିଡିନ୍, ହେରୋଇନ୍, ବ୍ରାଉନ୍ସୁଗାର, ଏଲଏସ୍ଡ଼ି ଇତ୍ୟାଦି ପ୍ରତ୍ୟେକ ଦେଶରେ ଦିନକୁ ଦିନ ବେଶି ବ୍ୟବହାର ହେଉଛି । ରାସାୟନିକ ପ୍ରକ୍ରିୟାରେ ତିଆରି ହେଉଥିବା ନିଶା ପଦାର୍ଥଗୁଡ଼ିକୁ ସାଧାରଣତଃ ଡ୍ରଗ୍ (ଊକ୍ସଙ୍କଶ) ବୋଲି କୁହାଯାଉଅଛି । ଏହା ବ୍ୟବହାର କଲେ ଆମର ସଚେତନ ଅବସ୍ଥା ଲୋପ ପାଏ ଓ ଭାବନା ବ୍ୟବହାରର ପରିବର୍ତ୍ତନ ଘଟେ । ଆନନ୍ଦ ଉପଲବ୍ଧି କରିବା ପାଇଁ ନିଶାଦ୍ରବ୍ୟର ପରିମାଣ ଦିନକୁ ଦିନ ବଢ଼ାଇବାକୁ ପଡ଼େ । ଫଳରେ ଆମର ଶାରୀରିକ ସ୍ତର ଓ ମାନସିକ ସ୍ତରରେ ନିଶା ଦ୍ରବ୍ୟ ପ୍ରତି ନିର୍ଭରତା ଆସେ । ଯଦି କୌଣସି କାରଣରୁ ନିଶାଦ୍ରବ୍ୟ ବ୍ୟବହାର କରୁଥିବା ଲୋକ କୌଣସି ଦିନ ନିଶା ନ ପାଏ ତେବେ ତାହାର ଶାରୀରିକ ଓ ମାନସିକ ସ୍ତରର ପ୍ରଭାବ ଅନୁଭବ ହୁଏ । ତେଣୁ ସେହି ବ୍ୟକ୍ତି ନିଶା ଦ୍ରବ୍ୟ ପାଇବା ପାଇଁ ସମସ୍ତ ପ୍ରକାର ଅସାମାଜିକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାଏ ।
ପ୍ରକାର :
ସାଧାରଣତଃ ନିଶାଦ୍ରବ୍ୟ ତିନି ପ୍ରକାର ଉପାୟରେ ବ୍ୟବହାର କରାଯାଏ । ମଦ, ଭାଙ୍ଗ, ଅଫିମ ଓ ନିଶାବଟିକା ଇତ୍ୟାଦି ପାଟିବାଟେ ବ୍ୟବହାର କରୁଥିବାବେଳେ ଗଞ୍ଜେଇ, ବ୍ରାଉନ୍ ସୁଗାର, ଟ୍ରଆଲିନ୍, କ୍ଲୋରୋଫର୍ମ ଇତ୍ୟାଦିକୁ ପ୍ରଶ୍ୱାସରେ ଗ୍ରହଣ କରାଯାଇଥାଏ । ପେଥିଡ଼ିନ୍, ମର୍ଫିନ୍, ହେରୋଇନ ଇତ୍ୟାଦି ଇଞ୍ଜେକ୍ସନ୍ ଦ୍ୱାରା ମାଂସପେଶୀରେ ବା ଶିରା ପ୍ରଶିରାରେ ଦିଆଯାଏ ।