ଆଙ୍ଗଜାଇଟି

ଆଙ୍ଗ୍ଜାଇଟି କ’ଣ ?
ଏହି ରୋଗରେ କୌଣସି କାରଣ ନ ଥାଇ ଲୋକଟିକୁ ଡର ଲାଗେ । ତାକୁ ଅଜଣା ଭୟ ମାଡ଼ିଆସୁଥିବା ପରି ଲାଗେ । ସାଧାରଣ ଲୋକମାନଙ୍କ ମଧ୍ୟରେ ଏହି ରୋଗଟି ଅଧିକ ପରିମାଣରେ ଦେଖାଯାଇଥାଏ ।
ଲକ୍ଷଣ :
(୧) ଲୋକଟିର ମୁହଁରେ ଏକ ଭୟାତୁର ଓ ବିଚଳିତ ଭାବ ପ୍ରକାଶ ପାଇଥାଏ । ଦେହ ଥରେ, ଲୋକଟିକୁ ଅସ୍ଥିର ଲାଗେ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରେ ଓ ମୁଣ୍ଡ ବିନେ୍ଧ ।
(୨) ଛାତି ଧଡ଼ଧଡ଼ ହୁଏ, ଦେହରୁ ଝାଳ ବାହାରେ, ପାଟି ଶୁଖିଯାଏ, ଝାଡ଼ା ପରିସ୍ରା ଅଧିକ ଲାଗେ । ମୁହଁ ନାଲି ପଡ଼ିଯାଏ ।
(୩) ମନର ଏକାଗ୍ରତା କମିଯାଏ, ଦୈନନ୍ଦିନ କାର୍ଯ୍ୟରେ ବାଧାପ୍ରାପ୍ତ ହୁଏ ।
(୪) ନିଦ ଭଲ ଭାବରେ ହୁଏ ନାହିଁ । ଡେରିରେ ନିଦ ହୁଏ ଓ ବାରମ୍ବାର ନିଦ ଭାଙ୍ଗେ ।
(୫) ବେଳେବେଳେ ଲୋକଟିକୁ ଅତ୍ୟଧିକ ଛାନିଆ ଲାଗେ । ସେ ଭାବେ ଯେ ସେ ଆଉ ବଞ୍ôଚବ ନାହିଁ । ଏହାକୁ ପାନିକ ଡିଜ୍ଅର୍ଡ଼ର (ଚବଦ୍ଭସମ ଊସଗ୍ଦକ୍ଟକ୍ସୟରକ୍ସ) ବୋଲି କୁହାଯାଏ । ବେଳେବେଳେ ଆଙ୍ଗ୍‍ଜାଇଟି ନ ଥାଇ ମଧ୍ୟ ପାନିକ ଡିଜ୍ଅର୍ଡ଼ର ହୋଇଥାଏ ।
ଚିକିତ୍ସା :
ଏହି ରୋଗରେ ବ୍ୟାବହାରିକ ଚିକିତ୍ସା (ଈରଷବଙ୍ଖସକ୍ଟଙ୍କକ୍ସ ଞଷରକ୍ସବକ୍ଟ୍ରଚ୍ଚ) ଓ ମନସ୍ତାତ୍ତ୍ୱିକ ଚିକିତ୍ସା (ଚଗ୍ଦଚ୍ଚମଷକ୍ଟଗ୍ଧଷରକ୍ସବକ୍ଟ୍ରଚ୍ଚ)କୁ ଚିକିତ୍ସା ରୂପେ ବ୍ୟବହାର କରାଯାଏ । ଯାହାଦ୍ୱାରା ଲୋକଟି ନିଜର ବ୍ୟକ୍ତିତ୍ୱକୁ ଦୃଢ଼ କରେ । ଏହାବ୍ୟତୀତ ଆଜିକାଲି ଅନେକ ଔଷଧ ବାହାରିଲାଣି ଯଥା- କ୍ଲୋନାଜିପାମ୍ (ଉକ୍ଷକ୍ଟଦ୍ଭବଚ୍ଛରକ୍ଟ୍ରବଜ୍ଞ), ଏସ୍-ସିଟାଲୋପାମ୍ (ଋଗ୍ଦମସଗ୍ଧବକ୍ଷକ୍ଟକ୍ଟ୍ରକ୍ସବଜ୍ଞ) ଯାହାକୁ କି ବ୍ୟବହାର କଲେ ଲୋକଟିର ମନରୁ ଛାନିଆ ଦୂର କରିବାରେ ସାହାଯ୍ୟ କରେ ।