ହିଷ୍ଟେରିଆ

ହିଷ୍ଟେରିଆ କ’ଣ ?
ହିଷ୍ଟେରିଆ ରୋଗ ବିଷୟରେ ପ୍ରାୟ ସମସ୍ତେ ଅଳ୍ପ ଅଧିକେ ଶୁଣିଛନ୍ତି ବା ଜାଣିଛନ୍ତି । ମାତ୍ର ଏହାକୁ ଅନେକ ବିଭିନ୍ନ ଭାବରେ ବର୍ଣ୍ଣନା କରିଥାଆନ୍ତି । ଏହା କେବଳ ପ୍ରାପ୍ତବୟସ୍କ ଅବିବାହିତ ପୁଅ ଝିଅମାନଙ୍କୁ ହୋଇଥାଏ ଏବଂ ଏମାନଙ୍କ ଚରିତ୍ର ଭଲ ନୁହେଁ ବୋଲି ଲୋକମାନଙ୍କ ଧାରଣା । ମାତ୍ର ପ୍ରକୃତରେ ଏହା ପୁଅ ଓ ଝିଅ, ବିବାହିତ ଓ ଅବିବାହିତ ସମସ୍ତଙ୍କୁ ଏପ୍ରକାର ରୋଗ ହୋଇଥାଏ । ତେଣୁ ଲୋକମାନଙ୍କ ମନରୁ ଏହି ଭ୍ରମାତ୍ମକ ଧାରଣା ଦୂର ହେବା ଉଚିତ ।
ଆଧୁନିକ ମାନସିକ ରୋଗ ବିଶେଷଜ୍ଞମାନେ ବର୍ତ୍ତମାନ ‘ହିଷ୍ଟେରିଆ’ ଶବ୍ଦ ବ୍ୟବହାର କରୁ ନାହାନ୍ତି । ଏବେ ଏହାକୁ କନ୍‍ଭରସନ୍‍ ଡିସଅର୍ଡର (ଉକ୍ଟଦ୍ଭଙ୍ଖରକ୍ସଗ୍ଦସକ୍ଟଦ୍ଭ ଊସଗ୍ଦକ୍ଟକ୍ସୟରକ୍ସ) କୁହାଯାଉଅଛି ।
ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକମାନଙ୍କଠାରେ ଏହି ରୋଗ ଅଧିକ ଦେଖାଯାଉଥିବାବେଳେ ଯୁବାବସ୍ଥାରେ ଉଭୟେ ପୁଅ ଓ ଝିଅମାନଙ୍କଠାରେ ସମାନ ଭାବରେ ଏପ୍ରକାର ରୋଗ ଦେଖାଯାଇଥାଏ ।
ରୂପାନ୍ତରିତ କରିବା (ଉକ୍ଟଦ୍ଭଙ୍ଖରକ୍ସଗ୍ଦସକ୍ଟଦ୍ଭ ଊସଗ୍ଦକ୍ଟକ୍ସୟରକ୍ସ) : କେତେକ ମାନସିକ ଦୁର୍ବଳ ବ୍ୟକ୍ତି ନିଜ ମନର କଠିନ ସମସ୍ୟା ବା ଚିନ୍ତାକୁ ନିଜେ ଠିକ୍ ଭାବରେ ସମାଧାନ କରି ନ ପାରି ନିଜକୁ ଅସହାୟ ମନେକରନ୍ତି । ସେମାନେ ନିଜର ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ବା ଆଶ୍ୱାସନା ପାଇବା ପାଇଁ ଏହି ମାନସିକ ଅଶାନ୍ତିକୁ ଶାରୀରିକ ରୋଗ ଭାବରେ ରୂପାନ୍ତରିତ କରିଥାଆନ୍ତି । ମାତ୍ର ରୋଗୀ ଏହା ଜାଣିଶୁଣି କରେ ନାହିଁ । ଏହା ପଛରେ ରୋଗୀର ଅବଚେତନ ମନର ମାନସିକ ଅବସ୍ଥା (ଟଦ୍ଭମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ ଗସଦ୍ଭୟ) ରହିଥାଏ ।
ବ୍ୟକ୍ତିତ୍ୱ : ଏହି ବ୍ୟକ୍ତିମାନେ ପ୍ରାୟତଃ ସ୍ୱ-କୈନ୍ଦ୍ରିକ ହୋଇଥାଆନ୍ତି । ଏମାନେ ନିଜ ମନର ଅଭିଳାଷ ପୂରଣ କରିବାକୁ ସବୁବେଳେ ଚେଷ୍ଟା କରିଥାଆନ୍ତି । ଏମାନଙ୍କୁ ଅନ୍ୟମାନଙ୍କ ସାଙ୍ଗରେ ମିଳାମିଶା କରିବାକୁ ଭଲ ଲାଗେ ।
ବିଶେଷତ୍ୱ : ଅନ୍ୟମାନଙ୍କ ପ୍ରତି ଧ୍ୟାନ ନ ଦେଲେ ନିଜକୁ ଅସହାୟ ମନେକରନ୍ତି ଓ ଦୁଃଖ କରନ୍ତି ।
(୧) ଏହି ରୋଗ ହଠାତ୍ ଆରମ୍ଭ ହୋଇଥାଏ ।
(୨) ଏହି ରୋଗର ଲକ୍ଷଣ ପ୍ରାୟ ଏକ ଗୁରୁତର ମାନସିକ ଚାପ ପରେ ଦେଖାଦେଇଥାଏ ।
(୩) ଏହି ରୋଗର ଲକ୍ଷଣଗୁଡ଼ିକ ରୋଗୀ ଇଚ୍ଛାକୃତ ଭାବରେ କରି ନ ଥାଏ ।
(୪) ପ୍ରାୟତଃ ରୋଗୀଟି ନିଜର ଆତ୍ମୀୟସ୍ୱଜନମାନଙ୍କ ଧ୍ୟାନ ଆକର୍ଷଣ କରିଥାଏ ।
(୫) ଏହି ରୋଗର ଲକ୍ଷଣଗୁଡ଼ିକୁ ଅନୁଧ୍ୟାନ କଲେ ତାହା ଏକ ଶାରୀରିକ ବା ସ୍ନାୟୁଜନିତ ରୋଗ ବୋଲି ଜଣାଯାଏ, ମାତ୍ର ଭଲଭାବରେ ପରୀକ୍ଷା ନିରୀକ୍ଷା କଲେ ଏହା ଶାରୀରିକ ବା ସ୍ନାୟୁଜନିତ ରୋଗ ନୁହେଁ ବରଂ ଏହା ଗୋଟିଏ ମାନସିକ ରୋଗ ବୋଲି ଜଣାପଡ଼େ ।