ମାନିଆ

ମାନିଆ କ’ଣ ?
ମାନିଆ (ଗବଦ୍ଭସବ) ଶବ୍ଦଟିକୁ ପ୍ରଥମେ ହିପୋକ୍ରେଟିସ ଉଦ୍ଭାବନ କରିଥିଲେ । ଅରେଟିଅସ ପ୍ରଥମେ ଏହାକୁ ବର୍ଣ୍ଣନା କରିଥିଲେ-ଏହା ଏକ ମନର ରୋଗ । ରୋଗୀଟି ଭାରି ଖୁସି ଥିଲା ପରି ଜଣାପଡ଼େ । ସେ ବହୁତ କଥା କହେ । ଗୋଟିଏ କଥା ପଚାରିଲେ ସେ ବହୁତ କଥା କହିଚାଲେ ।
ଲକ୍ଷଣ : (୧) ରୋଗୀଟି ଖୁସି ଜଣାପଡ଼େ । ତା’ର ଚାତୁଃପାଶ୍ୱର୍ରେ ହେଉଥିବା କୌଣସି ଘଟଣା ସହିତ ତା’ର ସମ୍ପର୍କ ନ ଥାଏ । ଲୋକଟିର ମିଥ୍ୟା ଆତ୍ମବିଶ୍ୱାସ ବଢ଼ିଯାଏ । ସେ ନିଜକୁ ବହୁତ ବଡ଼ଲୋକ ବୋଲି ଭାବେ । ବଡ଼ ବଡ଼ କଥା କହେ । ବଡ଼ଲୋକ ପରି ଟଙ୍କା ପଇସା ବାଣ୍ଟିଥାଏ । ନିଜକୁ ରାଜା ବା ପ୍ରଧାନମନ୍ତ୍ରୀ ବୋଲି ଭାବେ । ସମୟେ ସମୟେ କୌଣସି କାରଣ ନ ଥାଇ ଚିଡ଼ିଚିଡ଼ି ହୁଏ ।
(୨) ସମୟେ ସମୟେ ଓ ଏକ ସମୟରେ ଅଧିକ ଶାରୀରିକ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରେ ।
(୩) ଅଯଥା ବହୁତ ଗପେ । ଅଧିକା ଏବଂ ବଡ଼ ପାଟିରେ କଥା କହେ । ମନର ଚାପ ଯୋଗୁଁ ଅନ୍ୟକୁ ଥଟ୍ଟା କଲାପରି, ଚିଡ଼ାଇଲାପରି କଥା କହେ । ଗୋଟିଏ କଥା ନ ସରୁଣୁ ଆଉ ଗୋଟିଏ କଥା ଆରମ୍ଭ କରିଥାଏ ।
(୪) ଯୌନଇଚ୍ଛା ବଢ଼ିଯାଏ ।
(୫) ରୋଗୀଟି ଶୁଏ ନାହିଁ । ପ୍ରଥମ ଅବସ୍ଥାରେ ଭୋକ ବଢ଼ିଯାଏ ଓ ପରେ କମିଯାଏ ।
ପ୍ରକାର ଭେଦ : ଏହି ରୋଗ ତିନି ପ୍ରକାର ଦେଖାଯାଏ-
(୧) ହାଇପୋମାନିଆ (ଐଚ୍ଚକ୍ଟ୍ରକ୍ଟଜ୍ଞବଦ୍ଭସବ) : ଏଥିରେ ରୋଗର ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ତା’ର ଦୈନନ୍ଦିନ କାର୍ଯ୍ୟରେ ଅଧିକ ବ୍ୟାଘାତ ଘଟେ ନାହିଁ ।
(୨) ମାନିଆ (ଗବଦ୍ଭସବ) : ଏହି ପ୍ରକାର ରୋଗରେ ରୋଗୀଟିର ରୋଗର ଲକ୍ଷଣ ଦେଖାଦେଲେ ତା’ର ଦୈନନ୍ଦିନ କାର୍ଯ୍ୟରେ ବ୍ୟାଘାତ ଘଟେ ।
(୩) ମାନିକ ସାଇକୋସିସ୍ (ଗବଦ୍ଭସମ ଚଗ୍ଦଚ୍ଚମଷକ୍ଟଗ୍ଦସଗ୍ଦ) : ଏହି ରୋଗ ସହିତ ଅନ୍ୟାନ୍ୟ ମାନସିକ ରୋଗ ଥାଏ ଯଥା-ଅତ୍ୟଧିକ ସନ୍ଦେହ କରିବା, ଶୂନ୍ୟରୁ କଥା ଶୁଭିବା ।
ବାଇପୋଲାର ଆଫେକ୍ଟିଭ୍ ଡିସଅର୍ଡର/ ମାନିକ୍ ଡିପ୍ରେସିଭ୍ ସାଇକୋସିସ୍ (ଈସକ୍ଟ୍ରକ୍ଟକ୍ଷବକ୍ସ ଇଲଲରମଗ୍ଧସଙ୍ଖର ଊସଗ୍ଦକ୍ଟକ୍ସୟରକ୍ସ/ ଗବଦ୍ଭସମ ଊରକ୍ଟ୍ରକ୍ସରଗ୍ଦଗ୍ଦସଙ୍ଖର ଚଗ୍ଦଚ୍ଚମଷକ୍ଟଗ୍ଦସଗ୍ଦ)…
କେତେକ ଲୋକ ଡିପ୍ରେସନ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ଓ ଭଲ ହୋଇ ଯାଆନ୍ତି । ଅନେକ ସମୟରେ ସେମାନେ ମାନିଆଦ୍ୱାରା ଆକ୍ରାନ୍ତ ହୁଅନ୍ତି ଓ ଏହି ସମୟରେ ବହୁତ ଗପନ୍ତି । କୌଣସି କାରଣ ନ ଥାଇ ଖୁସି ହୁଅନ୍ତି, ଗପନ୍ତି ଓ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରନ୍ତି । ସେମାନେ ଅତ୍ୟଧିକ କର୍ମଚଞ୍ଚଳ ହୋଇଉଠନ୍ତି ଏବଂ ସେହି ସମୟରେ ଚିଡ଼ିଚିଡ଼ି ହୋଇ ହିଂସ୍ର ହୋଇଯାଆନ୍ତି । ଏହା କିଛି ସମୟ ପାଇଁ ରହେ ଓ ପରେ ପରେ ଭଲ ହୋଇଯାଏ । ଫଳରେ ମାନିଆ ଓ ଡିପ୍ରେସନ ଗୋଟିକ ପରେ ଗୋଟିଏ ହେଉଥାଏ । ଏହାକୁ ‘ମାନିକ୍ ଡିପ୍ରେସିଭ ସାଇକୋସିସ’ କହନ୍ତି । କେତେକ ସ୍ଥଳରେ ଏ ପ୍ରକାର ଚିତ୍ର ନିୟମିତ ଭାବରେ ହେଉଥାଏ ।