ମାନସିକ ରୋଗ ଜାଣିବେ କିପରି?

୧. ବ୍ୟକ୍ତିର କଥାବାର୍ତ୍ତା ତଥା ବ୍ୟବହାରରେ ପରିବର୍ତ୍ତନ ।
୨. ଅତି ମନ ଖରାପ କରିବା ।
୩. ଆତ୍ମହତ୍ୟା କରିବାର ଇଚ୍ଛା ହେବା କିମ୍ବା ଉଦ୍ୟମ କରିବା ।
୪. ହଠାତ୍ ଅଣନିଃଶ୍ୱାସୀ ହୋଇ ପଡ଼ିବା, ମରିଯିବାର ଭୟ ହେବା, ଛାତି ଧଡ଼ ଧଡ଼ ହେବା, ଝାଳ ବାହାରିବା, ଦେହ ଝିମ୍ ଝିମ୍ ହେବା, ଏକଲା ରହି ନ ପାରିବା ।
୫. ଅପସ୍ମାର ବାତ ହେବା ଓ ବାରମ୍ବାର ବାତ ପରେ ବ୍ୟବହାରରେ ପରିବର୍ତ୍ତନ ଦେଖାଦେବା ।
୬. ମଝିରେ ମଝିରେ ମୁଣ୍ଡ ବିନ୍ଧିବା ଓ ବାନ୍ତି ଦେଖାଇବା ।
୭. ନିଦ୍ରାରେ ଅସୁବିଧା ହେବା ।
୮. ବହୁତ ଦିନ ଧରି ମୁଣ୍ଡ ବିନ୍ଧିବା, ଦେହହାତ ଦରଜ ହେବା, ମଥା ଗରମ ଲାଗିବା, ଆଗ୍ରହ, ଫୂର୍ତ୍ତି ଓ ସ୍ମରଣ ଶକ୍ତି କମିଯିବା ।
୯. ଦେହର ବିଭିନ୍ନ ଜାଗାରେ ଯନ୍ତ୍ରଣା ହେବା, ପେଟରେ ଗ୍ୟାସ୍ ହେବା ଓ ସବୁ ପରୀକ୍ଷା ପରେ ମଧ୍ୟ କିଛି ଅସୁବିଧା ଜାଣି ନ ହେବା ।
୧୦. ଭୟ ଯୋଗୁଁ ଘରୁ ନ ବାହାରିବା ।
୧୧. ମନେ ମନେ କଥା ହେବା, ହସିବା, ଶୂନ୍ୟରୁ କଥା ଶୁଣିବା ।
୧୨. ଅନ୍ୟକୁ ସନ୍ଦେହ କରିବା, ଖାଦ୍ୟରେ ବିଷ ମିଶିଥିବାର ସନ୍ଦେହ କରିବା, ନିଜେ ରାନ୍ଧି ଖାଇବା ।
୧୩. ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବା କିମ୍ବା ସ୍ତ୍ରୀ ସ୍ୱାମୀର ଚରିତ୍ରକୁ ସନ୍ଦେହ କରିବା ।
୧୪. ବାରମ୍ବାର ଆଲୌକିକ ଚିନ୍ତା ବା ବ୍ୟବହାର କରିବା ।
୧୫. ବର୍ଷ ବର୍ଷ ଧରି ମୌନ ହୋଇଯିବା ଓ ସ୍ଥାଣୁ ଭଳି ରହିବା ।
୧୬. ଭିନ୍ନ ବ୍ୟକ୍ତିତ୍ୱ ଯଥା : ନିଜକୁ ସବୁବେଳେ ଠିକ୍ ଭାବିବା, ସବୁ କଥାରେ ସନ୍ଦେହ କରିବା, ହଠାତ୍ ରାଗିଯିବା, ନିଜକୁ ଆଘାତ କରିବା ଓ ପୁଣି ହଠାତ୍ ବଦଳିଯିବା ।
୧୭. ବାରମ୍ବାର ହାତ ଓ ଗୋଡ଼ ଧୋଇବା, ଘଣ୍ଟା ଘଣ୍ଟା ଧରି ଗାଧୋଇବା, ବେଶି ପରିଷ୍କାର ରହିବା ।
୧୮. ଅତି ଫୂର୍ତ୍ତି ହେବା, ବହୁତ କଥା ହେବା, ନିଜକୁ ବହୁତ ବଡ଼ ଭାବିବା, ଗଣ୍ଡଗୋଳ କରିବା ଓ କମ୍ ଶୋଇ ମଧ୍ୟ କ୍ଳାନ୍ତ ନ ହେବା ।
୧୯. ବିଭିନ୍ନ ପ୍ରକାର ନିଶା ସେବନ କରିବା ଯଥା : ମଦ (ଇକ୍ଷମକ୍ଟଷକ୍ଟକ୍ଷ) ଗଞ୍ଜେଇ (ଉବଦ୍ଭଦ୍ଭବଭସଗ୍ଦ), ଆଲପ୍ରାଜୋଲାମ୍ (ଇକ୍ଷକ୍ଟ୍ରକ୍ସବଚ୍ଛକ୍ଟକ୍ଷବଜ୍ଞ), ପେଣ୍ଟାଜୋକେନ୍ (ଚରଦ୍ଭଗ୍ଧବଚ୍ଛକ୍ଟମବସଦ୍ଭର) ଓ ବିଭିନ୍ନ ପ୍ରକାର ନିଶା ଔଷଧ ।
୨୦. ଯୌନ ଜୀବନରେ ଅସୁବିଧା ଦେଖା ଦେବା ।
୨୧. ପିଲା ଅତି ଦୁଷ୍ଟ ହେବା, ଅସ୍ଥିର ହେବା, ପାଠ ଠିକ୍ ନ ପଢ଼ିବା, ବଡ଼ ହେବା ପରେ ବିଛଣାରେ ପରିସ୍ରା କରିବା ।
୨୨. ବାର୍ଦ୍ଧକ୍ୟ ବୟସରେ ସ୍ମରଣ ଶକ୍ତି କମିଯିବା, କିଛି ଜାଣି ନ ପାରିବା ଏବଂ ନିଜ ଆତ୍ମୀୟ ଲୋକଙ୍କୁ ଚିହ୍ନି ନ ପାରିବା ।