ଶୂଚିବାଇ ରୋଗ

ସୂଚୀବାଇ ରୋଗ କ’ଣ ?
ସୂଚୀବାଇ ଏକ ମାନସିକ ରୋଗ । ଏହି ରୋଗରେ ଭାବନା, ଅନୁଭବ ବା ଧାରଣା ମନ ଭିତରକୁ ବାରମ୍ବାର ଜୋରଜବରଦସ୍ତ ପ୍ରବେଶ କରିଥାଏ । ଏଥିରେ ରୋଗୀ ନିଜ ଜାଣତରେ ବାରମ୍ବାର ଗଣନା କରେ, ଯାଞ୍ଚ କରେ ଓ ଧୁଆଧୋଇ କରେ । ଦୃଢ଼ ଆଗ୍ରହ (ଙଭଗ୍ଦରଗ୍ଦଗ୍ଦସକ୍ଟଦ୍ଭ) ଚିନ୍ତା ବା ଉଦ୍ବେଗ ବଢ଼ାଇଥାଏ । ବାଧ୍ୟତାମୂଳକ (ଉକ୍ଟଜ୍ଞକ୍ଟ୍ରଙ୍କକ୍ଷଗ୍ଦସକ୍ଟଦ୍ଭ) ବ୍ୟବହାର କରିବା ଦ୍ୱାରା ଏହି ଚିନ୍ତା ବା ଉଦ୍ବେଗ କମ୍ ହୋଇଥାଏ । ମାତ୍ର ଯଦି କୌଣସି ରୋଗୀ ଏହି ବାଧ୍ୟତାମୂଳକ ଚିନ୍ତାଧାରାକୁ ବାଧା ଦିଏ ତା’ହେଲେ ତାହାର ଉଦ୍ବେଗ ବଢ଼ିଥାଏ ।
ଦୃଢ଼ ଆଗ୍ରହ (ଙଭଗ୍ଦରଗ୍ଦଗ୍ଦସକ୍ଟଦ୍ଭ) :
(କ) ଏହା ଏକ ଭାବନା, ଅନୁଭବ ବା ଧାରଣା, ଯାହା ନିଜ ମନ ଭିତରକୁ ବାରମ୍ବାର ଆସିଥାଏ ।
(ଖ) ଏହି ଭାବନା, ଅନୁଭବ ବା ଧାରଣା ତା’ ନିଜ ମନରୁ ସ୍ୱତଃ ଆସିଥାଏ, ମାତ୍ର ଏହା ବାହାରୁ ମନ ଭିତରକୁ କେହି ଜୋରଜବରଦସ୍ତ କରି କରିବାକୁ ବାଧ୍ୟ କଲା ପରି ବେଳେବେଳେ ଅନୁଭବ ହୋଇଥାଏ ।
(ଗ) ଏହା ଅସଙ୍ଗତ ବା ଯୁକ୍ତିବିରୁଦ୍ଧ ବୋଲି ଲୋକଟି ଜାଣିପାରେ ।
(ଘ) ରୋଗୀଟି ଏହାକୁ ଏଡ଼ାଇବାକୁ ଚେଷ୍ଟା କରେ, କିନ୍ତୁ ଏଡ଼ାଇପାରେ ନାହିଁ ବା ଏଡ଼ାଇବାକୁ ସମର୍ଥ ହୁଏ ନାହିଁ ।
(ଙ) ଏହି ଅସମର୍ଥତା ଲୋକଟି ମନରେ କଷ୍ଟ ଦିଏ ।
ବାଧ୍ୟତାମୂଳକ ବ୍ୟବହାର (ଉକ୍ଟଜ୍ଞକ୍ଟ୍ରଙ୍କକ୍ଷଗ୍ଦସକ୍ଟଦ୍ଭ) :
(କ) ବାରମ୍ବାର ଧୁଆଧୋଇ କରିବା, ଗାଧୋଇବା, ଗଣିବା ଓ ଯାଞ୍ଚ କରିବା ଯଥା ତାଲା ପକାଇଲି କି ନାହିଁ ଇତ୍ୟାଦି ଲକ୍ଷଣଗୁଡ଼ିକ ରୋଗୀର ଦୃଢ଼ ଆଗ୍ରହ ଯୋଗୁଁ ଦେଖାଯାଇଥାଏ ।
(ଖ) ରୋଗୀଟି ଏହିସବୁ କାର୍ଯ୍ୟ ବାଧ୍ୟତାମୂଳକ ଭାବେ ବାରମ୍ବାର କରୁଥିବାରୁ ତାର ମାନସିକ ବ୍ୟଥା ହୋଇଥାଏ ।
(ଗ) ଏହି ପ୍ରକାର ବାଧ୍ୟତାମୂଳକ ବ୍ୟବହାର ଅବାସ୍ତବ ଏବଂ ଯୁକ୍ତିଯୁକ୍ତ ନୁହେଁ ବୋଲି ରୋଗୀଟି ଜାଣିଥାଏ ।
ପ୍ରଭାବ :
ଏହି ରୋଗଟି ପ୍ରାୟ ଶତକଡ଼ା ୨ରୁ ୩ ଭାଗ ସାଧାରଣ ଲୋକଙ୍କଠାରେ ଦେଖା ଦେଇଥାଏ । ଯୁବାବସ୍ଥାରେ ପୁରୁଷମାନଙ୍କୁ ଅଧିକ ଆକ୍ରାନ୍ତ କରିଥିବାବେଳେ ପ୍ରାପ୍ତବୟସ୍କରେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ସମାନ ଭାବରେ ପ୍ରଭାବିତ କରିଥାଏ । ଏହା ପ୍ରାୟ ୨୦ ବର୍ଷ ବୟସରେ ଆରମ୍ଭ ହୋଇଥାଏ ।