ଫୋବିୟା

ଫୋବିୟା କ’ଣ ?

ଫୋବିୟା (ଚଷକ୍ଟଭସବ) ହେଉଛି କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟ । ଯେପରିକି କେତେକ ଲୋକ ଉଚ୍ଚ ସ୍ଥାନକୁ ଯିବାକୁ ଭୟ କରନ୍ତି, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି, କୌଣସି ଜୀବଜନ୍ତୁ କିଛି କ୍ଷତି କରିବ ନାହିଁ ଜାଣି ମଧ୍ୟ ତାକୁ ଭୟ କରନ୍ତି । ସେଥିଯୋଗୁଁ ସେମାନେ ସେହି ସ୍ଥାନ, ବସ୍ତୁ ବା କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚାହାନ୍ତି ।

ପ୍ରାୟ ପ୍ରତ୍ୟେକ ଲୋକଙ୍କଠାରେ ଏକପ୍ରକାର ଭୟ ଅଳ୍ପଅଧିକେ ଥାଏ; ମାତ୍ର ଯେତେବେଳେ ଅତ୍ୟଧିକ ହୋଇ ମାନସିକ ବ୍ୟଥା ଦିଏ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରେ ସେତେବେଳେ ଏହା ଏକ ରୋଗ ବୋଲି ଧରାଯାଏ ।

ଅସ୍ୱାଭାବିକ ପରିସ୍ଥିତିର ଭୟାବହତାକୁ ସମ୍ଭାବନା କରି ଲୋକଟିର ମନରେ କଷ୍ଟ ହୋଇଥାଏ । ତେଣୁ ସେ ଏପରି ପରିସ୍ଥିତିଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ ଏବଂ ଏହାର ସାମନା କଲେ ଆତଙ୍କିତ (ଚବଦ୍ଭସମ) ହୋଇଯାଏ ।

ଫୋବିୟାର ପ୍ରକାର (ଞଚ୍ଚକ୍ଟ୍ରର) :

(୧) ଆଗାରୋ ଫୋବିୟା (ଇଶକ୍ଟକ୍ସବକ୍ଟ୍ରଷକ୍ଟଭସବ) : କୌଣସି ପରିସ୍ଥିତି ପ୍ରତି ଅସ୍ୱାଭାବିକ ଭୟକୁ ଆଗାରୋ ଫୋବିୟା ବୋଲି କୁହାଯାଏ । ସାଧାରଣତଃ ଏ ପ୍ରକାର ଫୋବିୟା ଲୋକମାନଙ୍କ ଠାରେ ଅଧିକ ଦେଖାଯାଏ । ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀ ଲୋକମାନଙ୍କଠାରେ ଅଧିକ ହୋଇଥାଏ । ଏ ପ୍ରକାର ଫୋବିୟାରେ ମନୁଷ୍ୟ ଯେତେବେଳେ ନିଜ ପରିବାର ବା ଚିରାଚରିତ ପରିସ୍ଥିତିରୁ ଦୂରେଇଯାଏ ତାକୁ ଅହେତୁକ ଭୟ ଲାଗିଥାଏ । ଗୋଟିଏ ପରିସ୍ଥିତିରୁ ଆଉ ଗୋଟିଏ ପରିସ୍ଥିତିକୁ ଗଲେ ଲୋକଟି ହଠାତ୍ ବିଚଳିତ ହୋଇପଡ଼େ । ତାକୁ ସାହାଯ୍ୟ କରିବାକୁ କେହି ନ ଥାଆନ୍ତି । ସେହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ତା’ର ସାହସ ହୁଏ ନାହିଁ କି ସେ ଉପାୟ ପାଏ ନାହିଁ । ତେଣୁ ସେ ବିବ୍ରତ ହୋଇଯାଏ । ଉଦାହରଣସ୍ୱରୂପ ଘରଠାରୁ ଦୂରରେ ଏକା ରହିବା, ଭିଡ଼ ଭିତରେ ରହିଯିବା, ଟ୍ରେନ୍, ବସ୍ ଆଦିରେ ଏକାକୀ ବୁଲିବା ଇତ୍ୟାଦି କାର୍ଯ୍ୟଗୁଡ଼ିକୁ ସେ ସମ୍ମୁଖୀନ ହୋଇପାରେ ନାହିଁ । ଧୀରେ ଧୀରେ ପରିସ୍ଥିତି ଅଧିକ ଜଟିଳ ହୋଇଥାଏ । ଲୋକଟିର ନିଜର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ସେ ବାହାରକୁ ନ ଯାଇ ଘର ଭିତରେ ରହିବାକୁ ଭଲ ପାଏ । କେବଳ ଜଣେ ଦି’ଜଣ ବିଶ୍ୱସ୍ତ ଲୋକଙ୍କ ସହିତ ଘର ଛାଡ଼ିଯାଏ ।

(୨) ସାମାଜିକ ଭୟ (ଝକ୍ଟମସବକ୍ଷ ଚଷକ୍ଟଭସବ) :

ଏ ପ୍ରକାର ଫୋବିୟା ହେଉଛି ଏକ ସାମାଜିକ ପରିସ୍ଥିତି ପ୍ରତି ଅସ୍ୱାଭାବିକ ଭୟ । ଲୋକଟି ଅନ୍ୟ ଲୋକଙ୍କ ସହିତ ମିଳାମିଶା କରିବା ପାଇଁ ବା କାର୍ଯ୍ୟ କରିବା ପାଇଁ ଭୟ କରିଥାଏ । ଲୋକଟିର ଧାରଣା ହୁଏ ଯେ ତା’ର ଚାଲିଚଳନକୁ ସମସ୍ତେ ଲକ୍ଷ୍ୟ କରୁଛନ୍ତି; ତେଣୁ ତାକୁ ସମସ୍ତେ ହୀନ ମନେ କରୁଛନ୍ତି । ଉଦାହରଣସ୍ୱରୂପ-

୪ ମଞ୍ଚ ଉପରେ ଅଭିନୟ କଲାବେଳେ ଓ ଭାଷଣ ଦେଲାବେଳେ

୪ ଅପରିଚିତ ଲୋକଙ୍କ ସହିତ କଥାବାର୍ତ୍ତା କଲାବେଳେ

୪ ଶାସନ କର୍ତ୍ତୃପକ୍ଷ ବା ମାଲିକ ସହିତ କଥା ହେଲାବେଳେ

୪ ମୁହଁ ନାଲି ପଡ଼ିଯିବାର ଭୟ

୪ ସର୍ବସାଧାରଣ ଶୌଚାଳୟରେ ପରିସ୍ରା କଲାବେଳେ (ଝଷଚ୍ଚ ଭକ୍ଷବୟୟରକ୍ସ) ପରିସ୍ରା ହୁଏ ନାହିଁ ।

(୩) ଆକ୍ରୋଫୋବିୟା (ଇମକ୍ସକ୍ଟକ୍ଟ୍ରଷକ୍ଟଭସବ) : ଉଚ୍ଚା ସ୍ଥାନ ଯଥା-ପାହାଡ଼ ବା ଘର ଛାତ ଉପରକୁ ଯିବାର ଭୟ ।

(୪) ଜୁଫୋବିୟା (ତକ୍ଟକ୍ଟକ୍ଟ୍ରଷକ୍ଟଭସବ) : ପଶୁମାନଙ୍କ ପ୍ରତି ଭୟ ।

(୫) ଜେନୋଫୋବିୟା (ଢରଦ୍ଭକ୍ଟକ୍ଟ୍ରଷକ୍ଟଭସବ) : ଅପରିଚିତ ଲୋକଙ୍କ ପ୍ରତି ଭୟ ।

(୬) ଆଲଗୋଫୋବିୟା (ଇକ୍ଷଶକ୍ଟକ୍ଟ୍ରଷକ୍ଟଭସବ) : ପୀଡ଼ା ବା ଦରଜ ପ୍ରତି ଭୟ, ଇଞ୍ଜେକସନ୍ ପ୍ରତି ଭୟ ।

(୭) କ୍ଲଷ୍ଟ୍ରୋଫୋବିୟା (ଉକ୍ଷବଙ୍କଗ୍ଦଗ୍ଧକ୍ସକ୍ଟକ୍ଟ୍ରଷକ୍ଟଭସବ) : ସଂକୀର୍ଣ୍ଣ ଜାଗା ବା ସରୁ ଗଳି ପ୍ରତି ଭୟ ।

(୮) ସିଚୁୟସନାଲଫୋବିୟା (ଝସଗ୍ଧଙ୍କବଗ୍ଧସକ୍ଟଦ୍ଭବକ୍ଷକ୍ଟ୍ରଷକ୍ଟଭସବ) : ଉଡ଼ାଜାହାଜ, ଲିଫ୍ଟ ଇତ୍ୟାଦିରେ ଯିବା ପାଇଁ ଭୟ ।

(୯) ପାଣି ପ୍ରତି, ବାତ୍ୟା ପ୍ରତି ଅତ୍ୟଧିକ ଭୟ ।

(୧୦) ପିଲାମାନଙ୍କର ଉଚ୍ଚସ୍ୱର ପ୍ରତି ଭୟ, ଅନ୍ୟ ବେଶରେ ସଜ୍ଜିତ ହୋଇଥିବା ଲୋକଙ୍କ ପ୍ରତି ଭୟ ।