ଯୌନ ସମସ୍ୟା

ଯୌନ ସମସ୍ୟା କ’ଣ ?
ଯୌନ ସମସ୍ୟା ବା ଯୌନ ବିଫଳତା ସେଇ ସ୍ଥିତିକୁ ବୁଝାଏ ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ସ୍ତ୍ରୀ-ପୁରୁଷ ଯୁଗଳକୁ ଯୌନ ସଙ୍ଗମରୁ ପୂର୍ଣ୍ଣ ସନ୍ତୁଷ୍ଟି ପାଇବାରେ ବିଫଳ କରିଥାଏ ।
ଯୌନ ବିଫଳତା ଏକ ସାଧାରଣ ସମସ୍ୟା ଯାହା ୪୦% ରୁ ୪୫% ମହିଳା ଏବଂ ୩୦%ରୁ ୩୫% ପୁରୁଷଙ୍କ ପାଖରେ କିଛି ମାତ୍ରାରେ ଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି । ତଥାପି ଏହା ଏଭଳି ଏକ ସମସ୍ୟା ବା ବିଷୟ ଯାହା ଆଲୋଚନା କରିବାକୁ ଅଧିକାଂଶ ଲୋକେ ଅନିଚ୍ଛା ପ୍ରକାଶ କରନ୍ତି । ସୌଭାଗ୍ୟବଶତଃ ଯୌନ ବିଫଳତାର ଅଧିକାଂଶ ସମସ୍ୟାର ଉପଚାର ଉପଲବ୍ଧ ବା ଚିକିତ୍ସା ଦ୍ୱାରା ସମସ୍ୟାର ସମାଧାନ ସମ୍ଭବ । ତେଣୁ ଏହି ସମସ୍ୟା ବିଷୟରେ ଆପଣଙ୍କ ଯୌନ ସହବାସୀ/ସହବାସିନୀ ଡାକ୍ତରଙ୍କ ସହ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ ।
କେଉଁମାନେ ଯୌନ ସମସ୍ୟା ସାମନା କରନ୍ତି ?
ଉଭୟ ପୁରୁଷ ଓ ମହିଳା ଯୌନ ସମସ୍ୟାରେ ପ୍ରଭାବିତ ହୋଇଥାନ୍ତି । ଏହି ସମସ୍ୟା ସମସ୍ତ ପ୍ରାପ୍ତବୟସ୍କଙ୍କ ଜୀବନରେ ଘଟିପାରେ । କିନ୍ତୁ ସାଧାରଣତଃ ବୟସାନୁକ୍ରମେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ସ୍ୱାସ୍ଥ୍ୟରେ ହାନୀ ଯୋଗୁଁ ବୟସ୍କ ବ୍ୟକ୍ତିମାନେ ହିଁ ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି ।
ପୁରୁଷମାନଙ୍କର ଯୌନ ସମସ୍ୟା :
ଯୌନ ସମସ୍ୟାର କାରଣ କ’ଣ ?
ଯୌନ ସମସ୍ୟା ବା ବିଫଳତା ଶାରୀରିକ ଅଥବା ମାନସିକ ସମସ୍ୟାଜନିତ ।
ଶାରୀରିକ ସମସ୍ୟା : ଅନେକ ଶାରୀରିକ କାରଣ ଯୌନକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ । ସାଧାରଣତଃ ଉକ୍ତ କାରଣଗୁଡିକ ହେଉଛି- ମଧୁମେହ, ହୃଦ୍ରୋଗ, ରକ୍ତଶିରାଜନିତ ରୋଗ, ହରମୋନ ଇମ୍ବାଲାନ୍ସ, କିଡ୍ନି କିମ୍ବା ଲିଭର ଫେଲିଓର, ସ୍ନାୟୁରୋଗ, ମଦ୍ୟପାନ ଏବଂ ଡ୍ରଗ୍ ସେବନ ।
ମାନସିକ ସମସ୍ୟା : କର୍ମସ୍ଥାନରେ ଥିବା ଅତ୍ୟଧିକ ଚାପ ମଧ୍ୟ ଯୌନ ବିଫଳତାର କାରଣ ହୋଇପାରେ । ଏହା ମଧ୍ୟ ଯୌନଜୀବନ, ବୈବାହିକ ସଂପର୍କ, ମାନସିକ ଚାପ ଅଥବା ଅନ୍ୟାନ୍ୟ ଯୌନଜନିତ ସମସ୍ୟାର କାରଣ ହୋଇପାରେ ।
ପୁରୁଷମାନେ କିଭଳି ଯୌନ ସମସ୍ୟା ଯୋଗୁଁ ପ୍ରଭାବିତ :
ସାଧାରଣତଃ ପୁରୁଷମାନଙ୍କଠାରେ ବୀର୍ଯ୍ୟସ୍ଖଳନ ବିଶୃଙ୍ଖଳା, ଯୌନ ଉଦ୍ଦୀପନାରେ ବିଫଳତା ଏବଂ ଯୌନ ଇଚ୍ଛାରେ ବାଧା ଭଳି ସମସ୍ୟାର ସାମନା କରିଥାନ୍ତି ପୁରୁଷ ।
ବୀର୍ଯ୍ୟସ୍ଖଳନ ବିଶୃଙ୍ଖଳା (ଋହବମଙ୍କକ୍ଷବଗ୍ଧସକ୍ଟଦ୍ଭ ଊସଗ୍ଦକ୍ଟକ୍ସୟରକ୍ସ) :
ବୀର୍ଯ୍ୟସ୍ଖଳନ ବିଶୃଙ୍ଖଳା ବିଭିନ୍ନ ପ୍ରକାରର
(୧) ନିର୍ଦ୍ଧାରିତ ସମୟ ବା ଇଚ୍ଛା ପୂର୍ବରୁ ବୀର୍ଯ୍ୟସ୍ଖଳନ : ଯୌନ କ୍ରିୟାରେ ଲିଙ୍ଗଭେଦନ ପୂର୍ବରୁ ଅର୍ଥାତ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ବୀର୍ଯ୍ୟସ୍ଖଳନ ହୋଇଯିବା ।
(୨) ଇଚ୍ଛାରେ ବାଧା ବା ବିଳମ୍ବିତ ବୀର୍ଯ୍ୟସ୍ଖଳନ : ଏହି ଅବସ୍ଥାରେ ବୀର୍ଯ୍ୟସ୍ଖଳନ ବହୁତ ଧିମାଗତିରେ ବା ବିଳମ୍ବରେ ହୁଏ ।
(୩) ପାଶ୍ଚାତ୍ଗାମୀ ବୀର୍ଯ୍ୟସ୍ଖଳନ : ଏହି ସ୍ଥିତିରେ ଯୌନ ସନ୍ତୁଷ୍ଟ ସମୟରେ ବୀର୍ଯ୍ୟସ୍ଖଳନ ବ୍ଲାଡରରେ ହୋଇଥାଏ ।