ହାଇପୋକଣ୍ଡ୍ରିଆସିସ

ହାଇପୋକଣ୍ଡ୍ରିଆସିସ୍ କ’ଣ ?
ଏହି ରୋଗରେ ଲୋକଟି ମନରେ ସବୁବେଳେ ବିଶ୍ୱାସ ଥାଏ ଯେ ତାକୁ ଗୋଟିଏ ବଡ଼ ଶାରୀରିକ ରୋଗ ହୋଇଛି; ଯେପରିକି ହୃଦ୍ୟନ୍ତ୍ର ରୋଗ, କର୍କଟ ରୋଗ, ଶ୍ୱାସକ୍ରିୟା ରୋଗ ଇତ୍ୟାଦି ପରି ବଡ଼ ରୋଗ ହୋଇଛି ।
ଲକ୍ଷଣ :
ପରୀକ୍ଷା ନିରୀକ୍ଷା କରି ରୋଗ ହୋଇ ନ ଥିବା ରିପୋର୍ଟ ଦେଖାଇଲେ ମଧ୍ୟ ସେ ଏହାକୁ ବିଶ୍ୱାସ କରେ ନାହିଁ । ବେଳେବେଳେ ତାକୁ ଏପରି ରୋଗ ହୋଇ ନାହିଁ ବୋଲି ଅନ୍ୟମାନଙ୍କ ସହ ଏକମତ ହେଲେ ମଧ୍ୟ ପୁଣି ବେଳେବେଳେ ଏକମତ ହୁଏ ନାହିଁ ।
କାରଣ :
(୧) କୌଣସି କାରଣରୁ ଲୋକଟିର ମାନସିକ ବିଷାଦ ଥିଲେ ଏପରି ଲକ୍ଷଣ ଦେଖାଦେବାର ସମ୍ଭାବନା ଅଧିକ ।
(୨) ସାଧାରଣତଃ ଯେଉଁମାନେ ନିଜର ଶାରୀରିକ କ୍ରିୟା ବିଷୟରେ ଅଧିକ ଚିନ୍ତାଶୀଳ ଥାଆନ୍ତି ଓ ମାନସିକ ସ୍ତରରେ ଶୀଘ୍ର ହାର ମାନିଯାଆନ୍ତି ସେମାନଙ୍କଠାରେ ଏ ରୋଗ ଅଧିକ ପରିମାଣରେ ଦେଖାଯାଏ ।
ଚିକିତ୍ସା :
ବ୍ୟାବହାରିକ ଚିକିତ୍ସା ଓ ମନସ୍ତାତ୍ତ୍ୱିକ ଚିକିତ୍ସାଦ୍ୱାରା ଲୋକଟି ମନରେ ବିଶ୍ୱାସ ଜନ୍ମାଇବା ଉଚିତ ଯେ ତାକୁ କୌଣସି ଶାରୀରିକ ରୋଗ ହୋଇ ନାହିଁ । ମାନସିକ କାରଣ ଯୋଗୁଁ ସେ ଏପରି ଅନୁଭବ କରୁଛି ବୋଲି ତାକୁ ବୁଝାଇବା ଉଚିତ । ଲୋକଟି ମନରେ ଥିବା ଭୁଲ ଧାରଣା ଦୂର କରିବା ପାଇଁ ଔଷଧର ସାହାଯ୍ୟ ନିଆଯାଇଥାଏ ।